09/05/2021
ବାଲେଶ୍ଵର 📌
EDITOR BY/- Srinibash Rout
ମା ଶାନ୍ତିଲତା ମହାନ୍ତି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ।କିଛିଦିନ ପୂର୍ବରୁ ସେ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଥିଲେ ।ଶୁକ୍ରବାର (୭/୦୫/୨୦୨୧) ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା ।ଶନିବାର (୮/୦୫/୨୦୨୧) ସକାଳ ୬.୪୮ ମିନିଟ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୬ ବର୍ଷ ବୟସ ହୋଇଥିଲା ମା ଶାନ୍ତିଲତା ମହାନ୍ତିଙ୍କୁ ।ମୃତ୍ୟୁ ସାନପୁଅ ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଅଜୟ ମହାନ୍ତି, ବଡ଼ ଝିଅ ସୁଶୋଭିତା ପଟ୍ଟନାୟକ, ସାନ ଝିଅ ସୁଜତା ଦାସଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।କରୋନା ନିୟମ ଅନୁଯାୟୀ ସ୍ଥାନୀୟ ଅସ୍ତପୁର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।ମା ଶାନ୍ତିଲତା ମହାନ୍ତିଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ଆମର ଆତ୍ମାର ସଦଗତି୍ ହେଉ 🪔 ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ ଆମ SOCIAL NEWS ODIA ପରିବାର ତରଫରୁ ।
WWW. SOCIALNEWSODIA.INFO
0 Comments