30/05/2021


📌


EDITOR BY/- Srinibash Rout

କୋରୋନା ମହାମାରୀ ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ। ଏହି ମହାମାରୀ ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ ପରଲୋକ ହୋଇଛି। ୮୧ ବର୍ଷ ବୟସରେ ତାଙ୍କର ପରେଲାକ ଘଟିଛି। ଏନେଇ ତାଙ୍କ ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି। କୋରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇେସୋଲେସନ୍‌ରେ ଥିଲେ। ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହେବାରୁ ୩ ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର (୨୮/୦୫/୨୦୨୧) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତା ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।


WWW.SOCIALNEWSODIA.INFO