----------------------------------
*ପ୍ରଦୀପ ନାୟକ
ରାସ୍ତାର ଧାରରେ ରଙ୍ଗନଟୀର
ରଙ୍ଗବୋଳା ନିମନ୍ତ୍ରଣ
ନିଦା ନିଦାଘର ନାନାବାୟା ଗାଇ
ବିକୁଚ ପ୍ରେମର ରାଣ ।
କୃଷ୍ଣଚୂଡ଼ା ଗୋ କାହା ଓଠଧାରୁ
ଉଧାର ଆଣିଚ ନାଲି
ଖରା ଖରାବେଳେ ଯୈ।ବନ ଦୋଳିରେ
ଖେଳୁଚ ରଙ୍ଗର ହୋଲି ।
ରାତି ଶୁଏ ନାହିଁ ତୁମ ରତିରଙ୍ଗେ
ଚଲାମେଘ ଚାହେଁ ହସି
ପାଚିଲା ଋତୁରେ ପସରାରେ ତମ
ପ୍ରଣୟ ବଉଳ କଷି ।
ଋତୁମତୀ ରଙ୍ଗ ବୁହାଇ ଦେଇଚ
ପାଦପ ପାଦ ତଳରେ
କୃଷ୍ଣ ହେଉ ଅବା କୃଶବିଦ୍ଧ ହେଉ
ଭାସିଯିବ ସେ ଲାଲିରେ ।
-----------------------------------
ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା।ଫୋନ:୮୯୧୭୩୭୦୨୨୭
0 Comments