02/04/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ରାଜ୍ୟକୁ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । ଲକଡାଉନରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ଜାଣନ୍ତୁ ।

ଲକଡାଉନରେ କ’ଣ ଖୋଲା ?

– ଲକଡାଉନ ବେଳେ ଖୋଲା ରହିବ ଔଷଧ ଦୋକାନ, ଏଟିଏମ ଓ ବ୍ୟାଙ୍କ

– ଘରରୁ ୫ଶହ ମିଟର ଭିତରେ ସକାଳ ୬ରୁ ୧୨ ମଧ୍ୟରେ କିଣିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ

– ଲକଡାଉନ ବେଳେ ପରିବହନ ସେବା ଜାରି ରହିବ

– ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ

– ନିର୍ବାଚନ କାର୍ଯ୍ୟକ୍ରମ ଉପରେ ରହିବନି କଟକଣା

– କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ

– ହସ୍ପିଟାଲ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ

– ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ

– ଅନଲାଇନ ଓ ହୋମ ଡେଲିଭରି ଜାରି ରହିବ

ଲକଡାଉନରେ କ’ଣ ବନ୍ଦ ?

– ଲକଡାଉନରେ ବସ ଚଳାଚଳ କରିବନି

– ସମସ୍ତ ପ୍ରକାର ମେଳା, ମହୋତ୍ସବ ବନ୍ଦ

– ଶିକ୍ଷାନୁଷ୍ଠାନ, ସିନେମାହଲ, ମଲ, ଜିମ, ପାର୍କ, ସ୍ୱିମିଂ ପୁଲ ବନ୍ଦ ବନ୍ଦ ରହିବ

– ଯାତ୍ରା ଓ ଅପେରା ଖୋଲିବନି

– ସେଲୁନ, ସ୍ପା, ବ୍ୟୁଟିପାର୍ଲର ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ ରୋକ

– ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା




Srinibash Rout (9439883165)