03/05/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
ମହାମାରୀ ଉପର, ମୁହାଁ ସଂକ୍ରମଣ ବଢୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ମହାମାରୀ ରୂପ ବଦଳାଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଉପରେ ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।ଲୋକଙ୍କ କଲ୍ୟାଣ ଓ ହିତକୁ ଦୃଷ୍ଟିରେ ରଖି ସହ ଭାଇରସ ଉପରେ ଅଙ୍କୁଶ ଲଗାଇବା ପାଇଁ ଲକଡାଉନ୍ ଜରୁରୀ । ତେଣୁ ଏଦିଗରେ ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ଲକଡାଉନର ପ୍ରଭାବ ସାମାଜିକ ଓ ଆର୍ଥିକ ସ୍ତରରେ କିଭଳି ନପଡିବ ସେ ଦିଗରେ ସରକାର ଚିନ୍ତା କରନ୍ତୁ। ଯେଉଁ ଲୋକମାନଙ୍କ ଉପରେ ସିଧା ସଲଖ ଭାବରେ ଲକଡାଉନର ପ୍ରଭାବ ପଡିବ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ। ଏହାସହ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି କୋର୍ଟ କହିଛନ୍ତି ଯେ, ଯଦି କୌଣସି ନାଗରିକ ପାଖରେ ସ୍ଥାନୀୟ ପମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ । ମାରାତ୍ମକ ଭାଇରସ ଅଦୃଶ୍ୟ ଭୂତାଣୁ ଥମିବାର ନା ଧରୁନାହଁ।
WWW. SOCIALNEWSODIA.INFO
0 Comments