୦୪/୦୫/୨୦୨୧
ରାଜନଗର
ମାଧବାନନ୍ଦ ସ୍ବାଇଁ
କେନ୍ଦ୍ରାପଡା ଜିଲ୍ପା ରାଜନଗର ବ୍ଲକର ଏହି ଦୃଶ୍ୟ !ଯେଉଁଠାରେ ଲୋକମାନଙ୍କ ଅଭିଯୋଗର ସମାଧାନ କରାଯାଏ ସେହି ସ୍ଥାନରେ ପାଣି ! କିଏ କେଉଁ ଅସୁବିଧାରେ ପଡି ଏହି ତହସିଲ ଅଫିସକୁ ଆସିଥାନ୍ତି । କାହା ଘର କାମ, କାହାର ଜମିବାଡି ବିବାଦ ହେଉ କିମ୍ବା ଜମି ବାଡି ମାପଚୁପ୍ କିମ୍ବା ଜବକାର୍ଡ କାର୍ଯ୍ୟ ପାଇଁ ହେଉ ବିଡିଓଙ୍କ ସହ ସାକ୍ଷାତ କିମ୍ବା ତହସିଲଦାରଙ୍କ ସହ ସାକ୍ଷାତ । ଏହିପରି ଅନେକ କାମ ନେଇ ରାଜନଗର ବ୍ଲକ ଅଧିନରେ ଥିବା ସମସ୍ତ ଗ୍ରାମବାସୀମାନେ ଏହି ତହସିଲ ଅଫିସକୁ ଆସିଥାନ୍ତି । କିନ୍ତୁ ଏଠାକାର ଭିତର ଦୃଶ୍ୟ ଦେଖି ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହୋଇଜିବେ । ଏହି ମହାମାରୀ କରୋନା ସମୟରେ ଯେତେ ପରିଷ୍କାର ଆମ ପରିବେଶ ରହିବ ଆମେ ସେତେ ସୁସ୍ଥ ଏବଂ ସୁରକ୍ଷିତ ରହିବା । କିନ୍ତୁ ଏହି ତହସିଲ ଅଫିସ ପରିସରରେ ଜଦି ବର୍ଷା ଟୋପେ ହୁଏ ତାହେଲେ ପାଣି ଜମିଯାଏ ୨ଫୁଟରୁ ଅଧିକ ଉଚ୍ଚାର । ଏ ଦୃଶ୍ୟ ପ୍ରତି ବର୍ଷ ଦେଖିବାକୁ ମିଳେ । ବର୍ଷା ଦିନ ଆଗକୁ ଥିବାବେଳେ ରାଜନଗର ପ୍ରଶାସନ ଦେଖିକି ନଦେଖିବା ପରି ଅଭିନୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସମସ୍ତଙ୍କ ମନ ଭିତରେ ଗୋଟେ କଥା ଉଙ୍କି ମାରେ ଜଦି ରାଜନଗର ତହସିଲ ପରିସରର ଦୃଶ୍ୟ ଜଦି ଏମିତି ତାହେଲେ ଅତି ସହଜରେ ଅନୁମାନ କରାଯାଇପାରେ କିପରି ସୁବିଧା ସୁଯୋଗ ଯୋଗାଉଥିବ ରାଜନଗର ତହସିଲ ପ୍ରଶାସନ । ରାଜନଗର ତହସିଲ ପରିସରରେ ଜମି ରହୁଥିବା ପାଣିକୁ ନିଷ୍କାସନ କରିଥିବା ସୂଚନା ମିଳିଛି କିନ୍ତୁ ନିଷ୍କାସନ କରିଦେଲେ ଏହାର ସମାଧାନ ହେଇଜିବ ଏହା ନୁହେଁ ଏହାକୁ କିପରି ସମ୍ଫୁର୍ଣ୍ଣ ଭାବେ ପାଣି ଜମି ନରହିବ ଏଥିପ୍ରତି ରାଜନଗର ପ୍ରଶାସନ ଦୃଷ୍ଟି ଦେବା ଦରକାର ।
0 Comments