24/05/2021
📌
EDITOR BY/- Srinibash Rout
୨୪ ଓ ୨୫ ତାରିଖ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତର ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି। ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁଯାୟୀ, ସୋମବାର (୨୪/୦୫/୨୦୨୧) ସକାଳ ୫ଟା ୩୦ରେ ଗଭୀର ଅବପାତ ‘ବାତ୍ୟା’ରେ ପରିଣତ ହୋଇଛି। ୨୬ ତାରିଖ ମଧ୍ୟାହ୍ନରେ ଏହ ଲ୍ୟାଣ୍ଡଫଲ କରିବ। ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।ଏହି ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକ୍ଡାଉନ୍କୁ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକ୍ଡାଉନ୍କୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏହି ୧୦ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଏହି ଜିଲାରେ ଆଜି ଏବଂ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ ଦୋକାନ, ତେଜରାତି, ଫଳ, ପନିପରିବା, ଆମିଷ ଆଦି ଦୋକାନ ଅପରାହ୍ନ ୧ ଯାଏ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ବାକି ସବୁ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ଦୋକାନ ଖୋଲା ରହିବ।
WWW.SOCIALNEWSODIA.INFO
0 Comments