27/05/2021


କଟକ 📌


CHIEF REPORTER & EDITOR/- Srinibash Rout

ଓଡ଼ିଆ ସିନେଜଗତର ଲୋକପ୍ରିୟ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି ।କରୋନା କାଳ ନେଇଗଲା ଆରପାରିକୁ। କିଛି ଦିନ ତଳେ କରୋନା ଆକ୍ରାନ୍ତ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଶାନ୍ତିରାଜ। ହୋମ୍‌ ଆଇସୋଲେଶନ୍‌ରେ ଥିବା ବେଳେ ଗୁରୁବାର (୨୭/୦୫/୨୦୨୧) ସକାଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କଟକ S.C.B କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ସ୍ତ୍ରୀ ଓ ଝିଅ ମଧ୍ୟ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


ଶାନ୍ତିରାଜଙ୍କ ଭାଇ ମଧ୍ୟ କୋଭିଡରେ ପ୍ରାଶ ହରାଇଥିଲେ ।


ବହୁ ଆଲବମ୍ ଓ ଓଲିଉଡରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ ସେ। ଘର କଟକ ରେ। କୋରାପୁଟରେ ସେ ଜନ୍ମ ଗ୍ରହଣ କରିଥିଲେ। ଶାନ୍ତିରାଜ ଜଣେ ମ୍ୟୁଜିକ୍ ଆରେଞ୍ଜର, ଗୀଟାର ବାଦକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଥିଲେ। ସେ ‘ ତୋ’ ବିନା ମୋ କାହାଣୀ ଅଧା’, ‘ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, ‘ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, S.P ରଣବୀର, ଡନ୍ ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଶାନ୍ତିରାଜଙ୍କ ମୃତ୍ୟୁ ଖବର ପରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାଇ ଖେଳି ଯାଇଛି।



WWW.SOCIALNEWSODIA.INFO