16/05/2021



ମୁମ୍ବାଇ📌


EDITOR BY/- Srinibash Rout

ବାତ୍ୟା ‘ତଉକାତେ’ ମାଡି ଆସୁଛି ।ଏବେ ଏହା ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି ।ମେ’ ୧୮ ଅପରାହ୍ନରେ ପୋରବନ୍ଦର ଓ ନଲିଆ ମଧ୍ୟରେ ଗୁଜରାଟ ତଟରେ ବାତ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର୍ ବେଗରେ ମାଡି ଆସୁଛି ସାମୁଦ୍ରିକ ଝଡ଼ ବାତ୍ୟା ‘ତଉକାତେ’ । ଗୋଆର ଦକ୍ଷିଣରୁ ପ୍ରାୟ ୧୯୦ କିଲୋମିଟର ଏବଂ ମୁମ୍ବାଇ ଠାରୁ ୫୫୦ କିଲୋମିଟର ଦୂରରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ଭେରାଭାଲ୍ (ଗୁଜୁରାଟ) ଏବଂ କରାଚିରେ ଉତ୍ତର କେନ୍ଦ୍ରୀୟ ଆରବ ସାଗର ଉପକୂଳରେ ଏହା କେନ୍ଦ୍ରୀଭୂତ ହୋଇଛି ।ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକର ରୂପ ନେବ ।ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର୍ ରହିବ ।ଗତକାଲି ଅର୍ଥାତ୍ ଶନିବାର (୧୫/୦୫/୨୦୨୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବାତ୍ୟାର ମୁକାବିଲା ତଥା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ଏବଂ ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ମେ’ ୧୭ ତାରିଖରେ ମୁମ୍ବାଇ ସମେତ ଉତ୍ତର କୋଙ୍କଣର କିଛି ସ୍ଥାନରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ।ଆଇଏମ୍‌ଡି ଅରେଂଜ ଆଲର୍ଟ ଜାରି କରିଛି ।





WWW. SOCIALNEWSODIA.INFO