03/05/2021


ଭୁବନେଶ୍ୱର 📌



EDITOR BY/- Srinibash Rout

କ୍ରମାଗତ ବଢ଼ୁଥିବା ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ।ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କ ଅଭିଯୋଗ ପରେ ତତ୍ପର ହୋଇଛନ୍ତି ସରକାର । କୋଭିଡର ସୁପରିଚାଳନା ପାଇଁ ୧୦୪ କଲ୍ ସେଣ୍ଟରରେ ଆଉ ୬ ଜଣ ଡାକ୍ତରଙ୍କୁ ନିୟୋଜିତ କଲା ସ୍ୱାସ୍ଥ୍ୟ ବିଭାଗ ।ଡା. ଅରୁନ୍ଧତୀ ଆଚାର୍ଯ୍ୟ, ଡା. ଦିବ୍ୟ ପ୍ରୋକାଶ ଆଚାର୍ଯ୍ୟ, ଡା. ସୌରଭ ଆଚାର୍ଯ୍ୟ, ଡା. ସୁମନ ସ୍ମିଥ ଅଧିକାରୀ, ଡା. ପୱନ ଅଗ୍ରୱାଲ ଏବଂ ଡା. ଅନମୋଲ ଅଗ୍ରୱାଲ। ଭୁବନେଶ୍ୱରସ୍ଥିତ ଇଡକୋ ଟାଓ୍ୱାରରେ ଖୋଲା ଯାଇଥିବା ୧୦୪ କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ ଏହି ଡାକ୍ତରମାନେ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।



WWW. SOCIALNEWSODIA.INFO