22/05/2021
ପୁରୀ 📌
EDITOR BY/- Srinibash Rout
ଏହି ହସ୍ପିଟାଲଟି ଭୁବନେଶ୍ୱରର ସମ୍ ହସ୍ପିଟାଲର ସହଯୋଗରେ ନିର୍ମିତ ହୋଇଛି। ଏଥିରେ ୯୦ଟି ସାଧାରଣ ଅକ୍ସିଜେନ ବେଡ଼୍, ୪୦ଟି ଏଚଡିୟୁ ବେଡ଼ ଓ ୨୦ଟି ଆଇସିୟୁ ବେଡ଼୍ ରହିଛି। ଏଥିସହିତ ଏହି ହସ୍ପିଟାଲରେ ଉନ୍ନତମାନର ଲାବରୋଟୋରି ଓ ଡାଇଗ୍ନୋଷ୍ଟିକ ସୁବିଧା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର (୨୧/୦୫/୨୦୨୧) ଅପରାହ୍ନରେ ପୁରୀରେ ଥିବା ଏହି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ୧୫୦ ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ପ୍ଲାଟଫର୍ମରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ହସ୍ପିଟାଲ୍ ଜିଲ୍ଲାରେ କୋଭିଡ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଦେବାରେ ସହାୟକ ହେବ, ଏବଂ ରୋଗୀଙ୍କୁ ଆଉ ଭୁବନେଶ୍ୱର ଓ କଟକରେ ହସ୍ପିଟାଲ ଖୋଯିବାକୁ ପଡ଼ିବନାହିଁ। ତେବେ ଏହି ହସ୍ପିଟାଲ ପରିଚାଳନାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତ୍ୟେକ ବେଡ଼ ସହିତ ଅକ୍ସିଜେନ ପାଇପ ସଂଯୋଗ ରହିବ ଓ ଆବଶ୍ୟକ ହେଲେ ଭବିଷ୍ୟତରେ ଅକ୍ସିଜେନ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସଦା ସର୍ବଦା ଉନ୍ନତ ମାନର ପଦକ୍ଷେପ ଏବଂ ଦୃଢ଼ ଚିନ୍ତାଧାରା ଅତ୍ୟନ୍ତ ଲୋକପ୍ରିୟ ହୃଦୟସ୍ପର୍ଶ ହୋଇ ରହିଛି_ରହୁଛି_ରହିବ ।
WWW.SOCIALNEWSODIA.INFO
0 Comments