26/05/2021
କଟକ 📌
CHIEF REPORTER & EDITOR/- Srinibash Rout
୫୭ ବର୍ଷ ହେବ ଏହି ବ୍ୟବସାୟ କରିଆସୁଥିଲେ ବ୍ୟବସାୟୀ ଈଶ୍ୱର ବେହେରା। ଏହି ବ୍ୟବସାୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଇଶ୍ଵର ବେହେରା। ରବିବାର (୨୪/୦୫/୨୦୨୧) ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କଟକ ତୁଳସୀପୁରରେ। ଆଉ ମିଳିବନି କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ର ସ୍ବାଦ। ବିଜୁ ପଟ୍ଟନାୟକ ଛକ ନିକଟ ଠେଲାଗାଡି ଚାରିପାଖେ ଆଉ ଆଗଭଳି ଗହଳି ଚହଳି ହେବନି କି କଟକରୁ ଦିଲ୍ଲୀଯାଏ ପହଞ୍ଚତ୍ବନି ନିଆରା ବ୍ୟଞ୍ଜନର ବାସ୍ନା। କାରଣ ଦହିବରା ଆଳୁଦମରେ ହୃଦୟ ଜିଣୁଥିବା ସେହି ସୁଆଦିଆ ଖାଦ୍ୟର ବିନ୍ଧାଣୀ ଈଶ୍ୱର ବେହେରା (୭୨) ଆଉ ନାହାନ୍ତି। ରବିବାର ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସାରା ସହରବାସୀ ତାଙ୍କୁ ଝୁରି ହେଉଛନ୍ତି। ଏବେ ତାଙ୍କ ଘରେ ସ୍ତ୍ରୀ, ଦୁଇ ପୁଅ ଓ ନାତୁଣୀନାତି ଅଛନ୍ତି।
ଏ ସମ୍ପର୍କରେ ଈଶ୍ୱରଙ୍କ ପୁଅ ଗଣେଶ ବେହେରା କହିଛନ୍ତି, ବାପା ପ୍ରାୟ ୫୭ ବର୍ଷ ହେବ ଏହି ବ୍ୟବସାୟ କରିଆସୁଥିଲେ।
WWW.SOCIALNEWSODIA.INFO
0 Comments