୨୮/୦୫/୨୦୨୧
ନୂଆଦିଲ୍ଲୀ📌
EDITOR BY/- Srinibash Rout
ସରକାରଙ୍କ କରୋନା ଚିକିତ୍ସାର ପ୍ରୋଟୋକଲକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ କରାଯାଉ ବୋଲି ଆଇଏମଏ ନିଜ ପତ୍ରରେ ଲେଖିଛନ୍ତି ।ଦେଶରେ ଏଲୋପାଥିି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ ବାବା ।ବାବା ରାମଦେବଙ୍କୁ ମାନହାନି ନୋଟିସ୍ ଆଇଏମଏର ଉତ୍ତରାଖଣ୍ଡ ଦ୍ବାରା ଜାରି କରାଯାଇଛି। ଏହା ସହିତ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଏମ୍ଏ ଚିଠିରେ ଉଲ୍ଲେଖ କରିଛି। ଆଇଏମଏ ନୋଟିସରେ ଦର୍ଶାଯାଇଛି ଯେ ଯଦି ରାମଦେବ ତାଙ୍କ ଦ୍ବାରା ଦିଆଯାଇଥିବା ବିବୃତ୍ତିକୁ ବିରୋଧ କରି ଏକ ଭିଡିଓ ପୋଷ୍ଟ ନକରନ୍ତି ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଲିଖିତ କ୍ଷମା ନମାଗନ୍ତି, ତେବେ ତାଙ୍କ ନାଁରେ ୧୦୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରାଯିବ। ରାମ ଦେବଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଆଇଏମ୍ଏ।
WWW.SOCIALNEWSODIA.INFO
0 Comments