25/05/2021


📌


EDITOR BY/- Srinibash Rout

ବାତ୍ୟା 'ୟାସ୍' ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ଘଣ୍ଟା ପ୍ରତି ୧୨ କି.ମି ବେଗରେ ଆଗକୁ ବଢୁଛି। ଭୀଷଣ ବାତ୍ୟାରେ ପରିଣିତ ହେବ ୟାସ୍। ଗତ ୬ ଘଣ୍ଟା ହେବ ଏହା ୧୨ କି.ମି ବେଗରେ ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । 


ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ, ପୁଲିସ, ଓଡ୍ରାଫ, ଏନଡିଆରଏଫ ଆଦି ସହଯୋଗରେ ଖାଲୁଆ - ତଳିଆ ଅଞ୍ଚଳରେ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ତେବେ ସମସ୍ତଙ୍କୁ ମଙ୍ଗଳବାର ୨୫ତାରିଖ ଅର୍ଥାତ୍ ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ।


ଦୃଶ୍ୟମାନ ହେଲା ‘ୟଶ’ର ଆଖି । ଭଦ୍ରକର ଧାମରା ନିକଟରେ ଆସନ୍ତାକାଲି ଅର୍ଥାତ୍ (୨୬/୦୫/୨୦୨୧) ସକାଳୁ ସକାଳୁ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ୍’ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତେବେଳେ ପବନ ୧୫୫ ରୁ ୧୬୫ କି.ମି ବେଗରେ ବହିବ। ଏପରିକି ବେଳେ ବେଳେ ଘଣ୍ଟା ପ୍ରତି ୧୮୫ କିମି ବେଗକୁ ମଧ୍ୟ ଛୁଇଁପାରେ। ଏହାରି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।


ବାତ୍ୟା 'ୟାସ୍' ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ହୋଇଛି। ଏନେଇ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ। ଆଜି ମଙ୍ଗଳବାର ୩୫ତାରିଖ ସକାଳ ସୁଦ୍ଧା ପାରାଦୀପରେ ୧୫୧.୫ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୭ ଓ ପୁରୀରେ ୪୦ ମିମି ବର୍ଷା ହୋ‍ଇଛି।



 

WWW.SOCIALNEWSODIA.INFO