04/05/2021
କୋଲକାତା📌
EDITOR BY/- Srinibash Rout
ଟିଏମସି ବିଧାୟକ ଦଳ ବୈଠକରେ ମମତା ବାନାର୍ଜୀଙ୍କୁ ସର୍ବସମ୍ମତିକ୍ରମେ ପାର୍ଟିର ନେତା ଭାବେ ଚୟନ କରାଯାଇଛି । ମମତା ବାନାର୍ଜୀ ମେ’ ୫ ତାରିଖରେ ଶପଥ ନେବେ। କିନ୍ତୁ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କର ଶପଥ ପାଠ ମେ’ ୬ ତାରିଖରେ ହୋଇପାରେ ।ଅବଶ୍ୟ ମମତା ନନ୍ଦିଗ୍ରାମ ଆସନରୁ ନିର୍ବାଚନ ହାରି ଯାଇଛନ୍ତି । ତେବେ ବହୁମତ ଥିବା ଯୋଗୁ ଟିଏମ୍ସି ସରକାର ଗଠନ କରିବ ।ଏନେଇ ସୋମବାର (୦୩/୦୫/୨୦୨୧) ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମମତା ୨୦୧୧ ମେ ୨୦ ଓ ୨୦୧୬ ମେ ୨୭ରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
WWW. SOCIALNEWSODIA.INFO
0 Comments