04/05/2021
ଲଖନଉ/ଉତ୍ତରପ୍ରଦେଶ📌
EDITOR BY/- Srinibash Rout
ହ୍ବାଟସଆପ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଏକାଧିକ ଥର ହତ୍ୟା ଧମକ ମିଳୁଛି ।ଉତ୍ତରପ୍ରଦେଶ ପୋଲିସର ଡାଏଲ୍ ୧୧୨ କଣ୍ଟ୍ରୋଲ୍ ରୁମ୍ ହ୍ବାଟସଆପ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ ପଠାଯାଇଛି। ସୂଚନା ପାଇବା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ ଏବଂ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୋବାଇଲ୍ ନମ୍ବର ଆଧାରରେ ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ଇନ୍ସପେକ୍ଟର ସୁଶାନ୍ତ ଗୋଲ୍ଫ ସିଟି ବିଜୟେନ୍ଦ୍ର ସିଂଙ୍କ କହିବାନୁଯାୟୀ, ଡାଏଲ ୧୧୨ରେ ଅଞ୍ଜୁଲ କୁମାର ଅପରେସନ୍ କମାଣ୍ଡର ମୁଖ୍ୟାଳୟ ଭାବରେ ନିଯୁକ୍ତ ଥିଲେ। ଅଞ୍ଜୁଲ କୁମାରଙ୍କ ଅନୁଯାୟୀ, ଏପ୍ରିଲ ୨୯ ସନ୍ଧ୍ୟାରେ ୭ଟା ୫୮ ମିନିଟରେ ମିଡିଆ ଡେସ୍କର ହ୍ବାଟସ୍ ଆପ୍ ନମ୍ବରରେ ଏକ ମେସେଜ ଆସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଇ ଗାଳି ଗୁଲଜ କରାଯାଇଥିଲା। ଜୀବନରୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା । ଅଭିଯୁକ୍ତ ନିଜର ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖିଥିଲା ଯେ, ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୫ ଦିନ ଭିତରେ ହତ୍ୟା କରିବ । ଏଥି ସହିତ ବାର୍ତ୍ତାରେ ଲେଖାଥିଲା ଯେ, ଆଗାମୀ ୪ ଦିନ ଭିତରେ ମୋର ଯାହା କରିବା କଥା କରିନିଅ ।ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ ନମ୍ବରରେ ହତ୍ୟା ଧମକ ମେସେଜ, ଡ୍ୟୁଟିରେ ଥିଲେ କଲ୍ ଟେକର ଅଙ୍କିତ ଦୁବେ ।
WWW. SOCIALNEWSODIA.INFO
0 Comments