18/05/2021


📌


EDITOR BY/- Srinibash Rout

Covid-19 ମୁକାବିଲା ପରିପ୍ରେକ୍ଷୀରେ ସୋମବାର (୧୭/୦୫/୨୦୨୧) ଅପରାହ୍ନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି ।ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ୨୪ ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ, ମିଳିବ ପ୍ରୋତ୍ସାହନ ।ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ ।କୋଭିଡରେ ମୃତକଙ୍କ ପରିବାରକୁ ସହାୟତା ମିଳିବ, ମୃତକଙ୍କ ପତ୍ନୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ, ବାପା, ମାଆଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ଯୋଜନାରେ ସାମିଲ୍ ସମେତ ପିଲାଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ।ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ।ଗାଁ ରେ ଲକ୍‌ଡାଉନ ଓ ଟି.ଏମ.ସି ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ ।ଲୋକଙ୍କ ପାଖରେ କୋରୋନା ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିଶନ ଶକ୍ତି ଗ୍ରୁପଠୁ ମାସ୍କ କିଣି ଗରିବ ଲୋକଙ୍କୁ ବାଣ୍ଟିବେ ବିଧାୟକ, ଏଥିସହ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ଏବେ ଗାଁକୁ ଫୋକସରେ ରଖିଲେ ନବୀନ ପଟ୍ଟନାୟକ ।ତୄଣମୂଳ ସ୍ତରରେ କୋଭିଡ୍ ନିୟନ୍ତ୍ରଣ ଉପରେ ସର୍ବଦଳୀୟ ବୈଠକରେ ଗୁରୁତ୍ୱ। ପଞ୍ଚାୟତରେ ପରିସ୍ଥିତି ଦେଖି ଲକଡାଉନ ପାଇଁ ସରପଞ୍ଚଙ୍କୁ କ୍ଷମତା ।



WWW.SOCIALNEWSODIA.INFO