05/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ଖରାଛୁଟି ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ମେ’ ୫ ତାରିଖ ଠାରୁ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ଅନ୍ଲାଇନ୍ କ୍ଲାସ୍ ଓ ପରୀକ୍ଷା ବି ବନ୍ଦ ରହିବ ।ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।ତେବେ ପିଏଚ୍ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର ଗୁଡ଼ିକୁ କରାଯାଇପାରିବ। ତା’ସହିତ ଖରାଛୁଟିରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଫିସ୍ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦେଶ ଦେଇଛନ୍ତି।ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।
SWW. SOCIALNEWSODIA.INFO
0 Comments