23/05/2021


📌


EDITOR BY/- Srinibash Rout

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ ।ଏହାର ପ୍ରଭାବରେ ସୋମବାର ୨୪ ତାରିଖ ସନ୍ଧ୍ୟାରୁ ୪୦ ରୁ ୫୦ କି.ମି ବେଗରେ ପବନ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୨୫ ରୁ ପବନର ବେଗ ବଢିବ ଓ ଲ୍ୟାଣ୍ଡଫଲ୍ ବେଳେ ଏହା ୧୫୫ରୁ ୧୬୫କି.ମି ପ୍ରତି ଘଣ୍ଟା ହେବ ।ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୮୫କିମି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।


ସୋମବାର ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ 'ୟାସ୍' ।ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।ଏହାର ପ୍ରଭାବରେ ୨୫, ୨୬ ଓ ୨୭ ଏଇ ତିନି ଦିନ ଧରି ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷାପବନ ଲାଗି ରହିବ। ସବୁଠୁ ଅଧିକ ପ୍ରଭାବିତ ହେବେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଯାଜପୁର, କଟକ ଓ ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ଅଧିକ ରହିବ। ପ୍ରବଳ ପବନ ଯୋଗୁଁ ବଡ଼ବଡ଼ ଗଛ ଧରାଶାୟୀ ହୋଇପାରେ। ଆଜବେଷ୍ଟସ୍, କଚ୍ଚା ଓ ଟିଣ ଘର ଭାଙ୍ଗିଯାଇପାରେ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ। ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ୨୬ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା କରିଛନ୍ତି ବାଲେଶ୍ୱର ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତି ।




WWW.SOCIALNEWSODIA.INFO