11/05/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
୨୦୧୯ ଲୋକସଭା ନିର୍ବାଚନରେ ଦଳର ବିପର୍ଯୟ ପରେ ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ଥପା ଦେବା ପରେ ଦଳର ମୁଖ୍ୟ ପଦ ଖାଲି ପଡିଛି ।୨୦୧୭ ରେ ରାହୁଲ ଦଳର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ସେ ଦଳର ସଭାପତି ପଦରୁ ଇସ୍ଥପା ଦେଥିଲେ ।ସେବେଠୁ ଦଳର ସଭାପତି ପଦ ଖାଲି ପଡିଛି ଏବଂ ସୋନିଆ ଦଳର ଅନ୍ତରିଣ ମୁଖ୍ୟ ଭାବରେ କାଯ୍ୟ କରୁଛନ୍ତି ।କଂଗ୍ରେସର ଜଣେ ସ୍ଥାୟୀ ସଭାପତି ନିର୍ବାଚନ ଲାଗି ପ୍ରାୟ ଏକ ବର୍ଷ ହେଲା ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଶଶୀ ଥରୁର୍ ଓ କପିଲ ଶିବଲ ପ୍ରମୁଖ ଦାବିକରି ଆସୁଛନ୍ତି। ଚଳିତ ବର୍ଷ ଜୁନ୍ ସୁଦ୍ଧା ଦଳରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ସଭାପତି ନିର୍ବାଚନ ସ୍ଥଗିତ ରହିବ ବୋଲି ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି।
WWW.SOCIALNEWSODIA.INFO
0 Comments