05/05/2021
📍
EDITOR BY/- Srinibash Rout
ଲକ୍ଡାଉନକୁ କଡ଼ାକଡ଼ି ଭାବେ ପରିଚାଳନା କରିବାକୁ ସମସ୍ତ ଜିଲାର ଏସ୍ପି, ପୋଲିସ କମିଶନରଙ୍କୁ ଜଣାଇ ଦିଆଯାଇଛି ।ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍ଡାଉନ୍ ବଳବତ୍ତର ରହିବ। ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ରାଜ୍ୟରେ ବୁଧବାର (୦୫/୦୫/୨୦୨୧) ଠାରୁ ୧୪ ଦିନିଆ ଲକଡାଉନ୍ (Lockdown)। କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୮ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ମେ’ ୧୯ତାରିଖ ସକାଳ ୫ଟା ଯାଏ ସମଗ୍ର ରାଜ୍ୟରେ ଲକ୍ଡାଉନ ଘୋଷଣା କରିଛନ୍ତି।
ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ। କେବଳ ଜରୁରୀକାଳିନ ସେବା ଜାରି ରହିବ। ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫଳ, ପନିପରିବା, ମାଛମାଂସ ଦୋକାନ ଲକ୍ଡାଉନ୍ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। ସମସ୍ତ ପ୍ରକାର କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିବ।
ମେଡିକାଲ କାରଣ ବ୍ୟତୀତ ଅନ୍ୟ କୌଣସି ବାହାନା ଦେଖାଇ ଲୋକମାନେ ଘରୁ ବାହାରନ୍ତୁ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସମସ୍ତ ପ୍ରକାର ବ୍ୟବସାୟିକ ମେଳା, ବୈଠକ ଆଦି ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସିନେମା ହଲ୍, ମଲ୍, ମାର୍କେଟ କମ୍ପ୍ଲେକ୍ସ, ଜିମ୍ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ଥିଏଟର, ପାର୍କ, ବାର୍, ଅଡିଟୋରିୟମ, ମିନାବଜାର ଇତ୍ୟାଦି ବନ୍ଦ ରହିବ। ସେହିପରି ଯାତ୍ରା, ଖୋଲା ମଞ୍ଚ ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସେଲୁନ, ବିୟୁଟି ପାର୍ଲର, ସ୍ପା ଇତ୍ୟାଦି ବନ୍ଦ ରହିବ। ସମସ୍ତ ପ୍ରକାର ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକଳାପ ବନ୍ଦ ରହିବ। ବିବାହ ପାଇଁ ୫୦ ଜଣ ଓ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍ଲାଇନ ଅନୁଯାୟୀ ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି।ସଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍ଡାଉନ୍ରେ ପ୍ରଭାବିତ ହେବ ନାହିଁ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ଏଥିପାଇଁ ନିଜ ଗାଡି, ଭଡା ଗାଡି ବ୍ୟବହାର କରିପାରିବେ ।ହୋମ୍ ଡେଲିଭରି, ଇଣ୍ଟରନେଟ୍, ଟେଲି କମ୍ୟୁନିକେଶନ, ଇଲେକ୍ଟ୍ରୋନିକ, ଗଣମାଧ୍ୟମ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି।
WWW. SOCIALNEWSODIA.INFO
0 Comments