27/05/2021
📌
EDITOR BY/- Srinibash Rout
ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ପର୍ଯ୍ୟନ୍ତ ରିଲିଫ୍ ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ପ୍ରଭାବିତ ୧୨୮ ଟି ଗାଁକୁ ଏହି ସହଯୋଗ ମିଳିବ। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ମରାମତି ଓ ସେହି ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ କର୍ମଚାରୀ, ପ୍ରଞ୍ଚାୟତ ପ୍ରତିନିଧି, ପୁଲିସ୍, ଅଗ୍ନିଶମ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯ଼ାଇଥିବା ଲୋକମାନଙ୍କ ମଧ୍ୟରେ ଯ଼େପରି କରୋନା ନ ବ୍ୟାପେ ସେଥିପାଇଁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
WWW. SOCIALNEWSODIA.INFO
0 Comments