22/05/2021
📌
EDITOR BY/- Srinibash Rout
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଶନିବାର ୨୧ତାରିଖରେ ।ଏହି ସାମୁଦ୍ରିକ ଝଡ଼ ବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ୨୫ ତାରିଖ ବେଳକୁ ଏହା ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୬ ମେ (ବୁଧବାର) ସଂଧ୍ୟା ସୁଦ୍ଧା ଭୟଙ୍କର ବାତ୍ୟାରେ ପରିଣତ ହୋଇ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ସମୁଦ୍ରକୂଳ ଅତିକ୍ରମ କରିବ ।ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି। ୨୬ ତାରିଖ ଉତ୍ତର ଓଡ଼ିଶାର ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳରେ ପବନର ବେଗ ବହୁ ଅଧିକ ରହିବ ବୋଲି ଆଇ.ଏମ୍.ଡି ଅନୁମାନ କରୁଛି ।୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୨୦ରୁ ୧୮୫ କି.ମି ରହିବ ବୋଲି ପାଣିପାଗ ବିଭାଗ ଏଯାବତ୍ ସଂଗୃହିତ ତଥ୍ୟ ଭିତ୍ତିରେ ସୂଚନା ଦେଇଛି ।ଏହାସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏପର୍ଯ୍ୟନ୍ତ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଆମେ ଆକଳନ କରିନାହୁଁ। ଆଇ.ଏମ୍.ଡି.ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
WWW.SOCIALNEWSODIA.INFO
0 Comments