03/05/2021



ନନ୍ଦିଗ୍ରାମ/କୋଲକତା📌



EDITOR BY/- Srinibash Rout

ଗଣତି ଶେଷ ହେବା ପରେ ମମତା ବାନାର୍ଜୀ ହାରିଯାଇଥିବା ଜଣାପଡିଛି । ଗତ ବର୍ଷ ମମତାଙ୍କ ଅତି ନିକଟ ଲୋକ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏବେ ସେ ନନ୍ଦିଗ୍ରାମରେ ମମତାଙ୍କୁ ହରାଇଛନ୍ତି । ତେବେ ତୃଣମୂଳ କଂଗ୍ରେସ ବେଶ୍‌ ଭଲ ପ୍ରଦର୍ଶନ କରିଛି । ସନ୍ଧ୍ଯା ୭ଟା ସୁଦ୍ଧା ଦଳ ୧୬୮ ଆସନରେ ବିଜୟ ଲାଭକରିଥିବା ବେଳେ ମୋଟ୍‌ ୨୧୭ ଆସନରେ ଭଲ ପ୍ରଦର୍ଶନ କରିଛି । ବିଜେପି ଏହି ସମୟରେ ୭୨ଟି ଆସନରେ ଭଲ ପ୍ରଦର୍ଶନ କରିଛି ।୨୦୨୧ରେ ବଙ୍ଗଳା ନିର୍ବାଚନରେ ରାଜ ନୈତିକ ପଣ୍ଡିତଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ଏଥର ପୂର୍ବ ମେଦିନୀପୁରର ନନ୍ଦିଗ୍ରାମ ଆସନ ଧ୍ୟାନରେ ଥିଲା। ଏଠାରୁ ସିଏମ୍ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପିର ମମତାଙ୍କ ନିକଟବର୍ତ୍ତୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ମୈଦାନରେ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୨୦୦ରୁ ଅଧିକ ଭୋଟ୍ ଜିତିବା ପରେ ୧୬୨୨ ଭୋଟରେ ହାରିଯାଇଛନ୍ତି। ନିର୍ବାଚନ ଆୟୋଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କୁ ଏଠାରୁ ବିଜେତା ଘୋଷିତ କରାଯାଇଛି। କୁହାଯାଇଛି ଯେ ଭୋଟ୍ ଗଣିବା ସମୟରେ ସର୍ଭର କିଛି ସମୟ ପାଇଁ ଡାଉନ ହୋଇଥିଲା, ଯେଉଁ କାରଣରୁ ଭୋଟ୍ ଗଣନା କରାଯାଇପାରିନାହିଁ। ଏପରିକି ନିର୍ବାଚନ କମିଶନ ମଧ୍ୟ ଟିଏମସିକୁ ନିର୍ବାଚନ ସମୟରେ ବହୁ ପ୍ରତିବନ୍ଧକ ଲଗାଇଥିଲେ । ତେଣୁ ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ମମତା କହିଛନ୍ତି ।




WWW. SOCIALNEWSODIA.INFO