28/05/2021


 ନୂଆଦିଲ୍ଲୀ 📌



EDITOR BY/- Srinibash Rout

ନଭେମ୍ବର ୨୦୧୬ରେ ସରକାର ୫ ଶହ ଏବଂ ହଜାରେ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିଥିଲେ । ବିମୁଦ୍ରୀକରଣ ପରେ ନୂଆ ପାଞ୍ଚ ଶହ ଏବଂ ୨ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟରେ ୨ ହଜାର ଟଙ୍କିଆ ବାବଦରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ଏବେ ନୂଆ ୨ହଜାର ଟଙ୍କା ଛପା ବନ୍ଦ କରିଦେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ସଫା ସଫା କହିଦେଇଛି । ତେଣୁ ବ୍ୟାଙ୍କ ଗୁଡ଼ିକୁ ଆଉ ନୂଆ ୨ ହଜାର ଟଙ୍କିଆ ନୋଟ୍‌ ଆସୁନାହିଁ କି ଏଟିମ୍‌ରେ ନୂଆ ନୋଟ୍‌ ବାହାରୁ ନାହିଁ ।


ଗତ ଦୁଇ ବର୍ଷ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌ ଗୋଟିଏ ବି ଛାପା ହୋଇନଥିବା ସରକାରଙ୍କ ପକ୍ଷରୁ ଲୋକସଭାରେ ପୂର୍ବରୁ ସୂଚନା ଦିଆଯାଇଥିଲା । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକରୁ ଲିଖିତ ଜବାବ ମାଧ୍ୟମରେ ଜଣାଇଥିଲେ ଯେ, ୨୦୧୮ରେ ୨୦୦୦ ଟଙ୍କିଆ ୩୩୬.୨ କୋଟି ନୋଟ୍‌ ସର୍କୁଲେସନ୍‌ ହୋଇଥିଲା। କିନ୍ତୁ ୨୬ ଫେବୃଆରୀ ୨୦୨୧ ବେଳକୁ ଏହି ସଂଖ୍ୟା ୨୪୯.୯ କୋଟିରେ ପହଞ୍ଚିଥିଲା। ଏହା ସହ ଅନୁରାଗ ଠାକୁର କହିଥିଲେ, ‘କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ଲେଣ ଦେଣ ଚାହିଦା ପୂରଣ ହୋଇପାରିବ ତାହା ଆରବିଆଇ ଧାର୍ଯ୍ୟ କରେ। ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କିଆ ନୋଟ୍‌ ଛାପାଇବା ପାଇଁ ଅର୍ଡର ଦିଆଯାଇ ନାହିଁ ।


ଅନ୍ୟପଟେ ୨୦୧୯ରେ ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୧୬-୧୭ରେ ୩୫୪.୨୯୯୧ କୋଟି ନୋଟ୍‌ ଛାପା ଯାଇଥିଲା। କିନ୍ତୁ ୨୦୧୭-୧୮ରେ କେବଳ ୧୧.୧୫୦୭ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିଲା। ୨୦୧୮-୧୯ରେ ୪.୬୬୯ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିବା ବେଳେ ଏପ୍ରିଲ ୨୦୧୯ ପରେ ଗୋଟିଏ ବି ନୋଟ୍‌ ଛାପା ଯାଇନାହିଁ।