17/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ସାଇବର ଠକ ମାତି ଛନ୍ତି। ପ୍ରଥମେ ଆପଣଙ୍କ ପାଖକୁ ଅନଲାଇନ୍ ରେ ସାମଗ୍ରୀ ଅର୍ଡର କରିବା ପାଇଁ କଲ୍ କି ମେସେଜ୍ ଆସିବ ।କୋଭିଡ ମହାମାରୀ ସମୟରେ ଲୋକମାନେ ଅନଲାଇନ୍ ସପିଙ୍ଗ କରୁଥିବାରୁ ଏହାର ଫାଇଦା ଉଠାଉଛନ୍ତି ଠକମାନେ। ସାବଧାନ ନହେଲେ ଆପଣ ବି ହୋଇପାରନ୍ତି ସାଇବର ଲୁଟର ଶିକାର ।ଠକମାନେ OLX, FACEBOOK, QUIKR ଇତ୍ୟାଦିରେ ବ୍ୟବହୃତ ସାମଗ୍ରୀ ବିକ୍ରୀପାଇଁ ବିଜ୍ଞାପନ ଦେଇ ଅଗ୍ରିମ ଟଙ୍କା ପେମେଣ୍ଟ ପାଇଁ ଏକ ଅନୁରୂପ QR CODE ଦେଇଥାନ୍ତି। ସତର୍କରୁହନ୍ତୁ ଏହି QR CODE ସ୍କାନ କରିବାଦ୍ୱାରା ଆପଣଙ୍କ ଆକାଉଣ୍ଟ ଖାଲିହୋଇପାରେ। ନିକଟରେ ଏମିତି ହିଁ କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ ।ଯେଉଁଠି ଜଣେ ଗ୍ରାହକ ଏମିତି ହିଁ ଠକେଇର ଶିକାର ହୋଇଛନ୍ତି ।ତାଙ୍କ ପାଖକୁ ଅନଲାଇନ୍ ଅର୍ଡର ନେଇ କଲ୍ ଆସିଥିଲା । ସେ ଅନଲାଇନ୍ ରେ କିଛି ସାମଗ୍ରୀ ଅର୍ଡର କରିବା ପରେ ଅଧା ଟଙ୍କା ପ୍ରେମେଟ୍ କରିଦେଇଥିଲେ ।କିନ୍ତୁ ଦୀର୍ଘ ଦିନ ଧରି ଅପେକ୍ଷା କରବା ପରେ ଅର୍ଡର ଡେଲିଭରି ହୋଇନଥିଲା, ସେ ସେହି ନମ୍ବରରେ କଲ୍ କରିଥିଲେ, କିନ୍ତୁ ଫୋନ୍ ଆଉ ଲାଗିନଥିଲା । ଏହାପରେ ସେ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ।ତେବେ କରୋନା କାଳରେ ଅନଲାଇନ୍ ରେ ସାମଗ୍ରୀ ବିକ୍ରି ନାମରେ ଚାଲିଥିବା ସାଇବର ଠକେଇରୁ କେମିତି ବର୍ତିବେ ।କୌଣସି ଶସ୍ତା କିମ୍ବା ଲୋଭନୀୟ ଅଫରରେ ଆପଣ ଲୋଭାନିତ ହୋଇଯାଆନ୍ତୁ ନାହିଁ ।ଅଜଚ୍ଚା ବ୍ୟକ୍ତିଙ୍କ ପାଖରୁ ଯଦି କୌଣସି ଲିଙ୍କ ଆପଣଙ୍କ ପାଖକୁ ଆସେ, ତେବେ ସେହି ଲିଙ୍କ୍ କେବେବି ଓପନ କରନ୍ତୁ ନାହିଁ । କୌଣସି ପ୍ରକାର ଅନଲାଇନ୍ ଫର୍ମ ଭରିବା ପୂର୍ବରି ତାର ସତ୍ୟତା ଉପରେ ଥରେ ଯାଞ୍ଚ୍ କରିନିଅନ୍ତୁ । ସତର୍କ ସଚେତନ ରହିବା ଅତ୍ୟନ୍ତ ଜରୁରୀ।
WWW. SOCIALNEWSODIA INFO
0 Comments