21/05/2021
ବ୍ରହ୍ମପୁର📌
EDITOR BY/- Srinibash Rout
ଏମକେସିଜିରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଗୁରୁବାର (୨୦/୦୫/୨୦୨୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଦ୍ୱାରା ଏହାକୁ ଉଦ୍ଘାଟନ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କରୋନା ମୁକାବିଲା କ୍ଷେତ୍ରରେ ନେତୃତ୍ୱ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି। ତେବେ ଏହି ନୂତନ ତରଳ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟଟି ୨ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହାର କ୍ଷମତା ୨୦ ହଜାର ଲିଟର ରହିଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ ହୋଇଥିଲା। ଏହାଦ୍ୱାରା ଏମ୍କେସିଜିରେ ଅକ୍ସିଜେନ୍ର ସିଲିଣ୍ଡର ଉପରେ ନିର୍ଭର ହେବା ହ୍ରାସ ହେବା ସହ ଦକ୍ଷିଣ ଓଡିଶାର ଲୋକଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସରକାର ଲୋକଙ୍କର ଅମୂଲ୍ଯ ଜୀବନ ରକ୍ଷା କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।ଏମ୍କେସିଜି ମେଡିକାଲ୍ କଲେଜ୍ ଏବଂ କୋଭିଡ୍ ଆକ୍ରାନ୍ତମାନଙ୍କ ଚିକିତ୍ସାରେ ଏହା ସାହାଯ୍ୟ କରିବ ।ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଅମ୍ଳଜାନ ପ୍ଲାଣ୍ଟକୁ ପ୍ରତି ଘଣ୍ଟାରେ ମନିଟରିଂ କରାଯିବ।
WWW. SOCIALNEWSODIA.INFO
0 Comments