04/05/2021
କଟକ 📌
CHIEF REPORTER & EDITOR/- Srinibash Rout
ମହାମାରୀ ଉପର ମୁହାଁ ସଂକ୍ରମଣ ବଢୁଛି ,ଚିନ୍ତା ବଢ଼ାଉଛି ।କରୋନା ଭାଇରସ ମହାମାରୀ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ କୋଭିଡ ପରିଚାଳନା ପାଇଁ ୧୦ କୋଟି ଟଙ୍କା ସୋମବାର (୦୩/୦୫/୨୦୨୧) କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି ।କଟକ ମହାନଗର ନିଗମ ଅଞ୍ଚଳରେ କରୋନା ମୁକାବିଲା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରାଯିବ। କଟକରେ କରୋନା ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ନିୟମ ପାଳନ ମାନିଲେ ନାହିଁ ଅମାନିଆ ବିପଦ ଏବେ ମୁଣ୍ଡ ଉପରେ। ମୁଖ୍ୟମନ୍ତ୍ରୀଙ୍କ ବଢିଲା ଚିନ୍ତା । ମହାମାରୀ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ହେଲେ କଠୋର। ଦେଶ ବିଦେଶରେ ମହାମାରୀ ତାଣ୍ଡବ ରଚୁଛି । ତାଟି କବାଟ ପଡ଼ିଗଲାଣି । ଓଡ଼ିଆ ରାଜ୍ୟ ବଢ଼ାଉଛି ସହାୟତା ହାତ । ଧନ୍ୟବାଦ ଶୁଭେଚ୍ଛା ର ସୁଅ ଛୁଟୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ । ସତର୍କ ସଚେତନ ରହିବା କରୋନାକୁ ହରାଇବା ।
WWW. SOCIALNEWSODIA.INFO
0 Comments