06/05/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ବର୍ତ୍ତମାନ ଦ୍ୱିତୀୟ ଲହରରେ ରାଜଭବନରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହିତ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ଅଧିକାରୀ(ଓଏସଡି) ଇନ୍ଦ୍ରଜିତ୍ ଖୁରାନା ,ସହଅଧିକାରୀ କାଳୀଦାସ ପାତ୍ର, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ସହ ଲେଖା ନିୟନ୍ତ୍ରକ ମାନସ ମହାରଣା, ଉପ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ସହଉପ ଅଧିକାରୀ ରବିନାରାୟଣ ମହାନ୍ତି, ଜମାଦାର ନବୀନ ଚନ୍ଦ୍ର ମାଝି ପ୍ରମୁଖ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ଏହି କରୋନା ଭାଇରସ ଅଦୃଶ୍ୟ ଭୂତାଣୁ ସଂକ୍ରମିତ ହୋଇଥିବା ଗୁରୁବାର (୦୬/୦୫/୨୦୨୧) ସୂଚନା ମିଳିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା କାୟାରୁ ମୁକୁଳି ପାରିନି ରାଜ୍ୟ ରାଜଭବନ। ଦୈନିକ ସଂକ୍ରମଣ ବଢୁଛି ଚିନ୍ତା ବଢ଼ାଉଛି । ଗତବର୍ଷ ଡିସେମ୍ବରରେ କରୋନା ମହାମାରୀର ପ୍ରଥମ ଲହର ବେଳେ ରାଜଭବନରେ କିଛି ବରିଷ୍ଠ ଅଧିକାରୀମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। 



WWW. SOCIALNEWSODIA.INFO