08/05/2021


ନୂଆଦିଲ୍ଲୀ 📌


EDITOR BY/- Srinibash Rout

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ବିହାର ଓ ଦିଲ୍ଲୀ ପରି ରାଜ୍ୟରେ ଲକଡାଉନ୍‌ ହେବା ପରେ କରୋନା ମାମଲା କମିବାରେ ନା ଧରୁନି। ତେଣୁ ପୂରା ଦେଶକୁ ଲକଡାଉନ୍‌ କରିବାର ଆବଶ୍ୟକତା ରହିଛି ବୋଲି ଅନେକ କହିଲେଣି।ଦେଶରେ ଦିନକୁ ୪ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ୪ ହଜାର ପାଖାପାଖି ମୃତ୍ୟୁ ସଂଖ୍ୟା ମଧ୍ୟ ରହିଛି। କିନ୍ତୁ କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ କଠୋର ନିଷ୍ପତ୍ତି ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ କରୋନା ସ୍ଥିତି ନେଇ ପ୍ରତିଦିନ ଆଲୋଚନା ହେଉଛି। ତେବେ ଲକଡାଉନ୍‌ ନିଷ୍ପତ୍ତିକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମଧ୍ୟ ଏଡ଼ାଇ ଦେଇନାହିଁ। ସେପଟେ ନୀତି ଆୟୋଗ ସଦସ୍ୟ କହିଛନ୍ତି ଯେ, ଲକଡାଉନ୍‌ ବିକଳ୍ପ ନେଇ ବର୍ତ୍ତମାନସମୟରେ ଆଲୋଚନା ଚାଲିଛି ।



WWW. SOCIALNEWSODIA.INFO