10/05/2021



ନୂଆଦିଲ୍ଲୀ 📌


EDITOR BY/- Srinibash Rout

କରୋନା ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ। ମୋଟ ୮୯୨୩.୮ କୋଟି ଟଙ୍କା ସହାୟତା ଦେଲା କେନ୍ଦ୍ର ।ଓଡ଼ିଶା ପାଇଁ ୩୩୩.୮ କୋଟି ମଞ୍ଜୁର ।ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ରବିବାର (୯/୦୫/୨୦୨୧) ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧-୨୨ ଆର୍ଥତ୍କ ବର୍ଷ ଲାଗି ଅନୁଦାନର ପ୍ରଥମ କିସ୍ତି ଭାବେ ଏହା ପ୍ରଦାନ କରାଯାଇଛି। ଅନୁଦାନ ମଞ୍ଜୁର କରିଛି କେନ୍ଦ୍ର ଅର୍ଥ ବିଭାଗ ।


ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧.୬ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ମହାରାଷ୍ଟ୍ରକୁ ୮୬୧.୪ କୋଟି, ବିହାରକୁ ୭୪୧.୮ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ରାଜସ୍ଥାନକୁ ୫୭୦.୮ କୋଟି ଏବଂ ତାମିଲନାଡୁକୁ ୫୩୩. ୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୁଜରାଟ ୪୭୨.୪ କୋଟି ପାଇଥିବାବେଳେ କର୍ନାଟକକୁ ୪୭୫.୪ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର।



WWW.SOCIALNEWSODIA.INFO