09/05/2021
ନୂଆଦିଲ୍ଲୀ 📌
EDITOR BY/- Srinibash Rout
ଅକ୍ସିଜେନର ଘୋର ଅଭାବରେ ଦେଶର ସ୍ୱସ୍ଥ୍ୟ ସେବା ଭୁଷୁଡି ପଡିଥିବା ବେଳେ ଅକ୍ସିଜେନର ଅଭାବ ମେଣ୍ଟାଇବା ଲାଗି ସରକାର ଦେଶର କଳକାରଖାନା ଗୁଡିକର ଅକ୍ସିଜେନ ବ୍ୟବହାରକୁ ବନ୍ଦ କରି ସେଗୁଡିକୁ ମେଡ଼ିକାଲ୍ ମୁହାଁ କରାଇବାକୁ ବାଧ୍ୟ ହୋଇଛନ୍ତି। ଏହି ଭଳି ପରିସ୍ଥିତିରେ ଭାରତର ବିଭିନ୍ନ ମିତ୍ର ସହଯୋଗି ରାଷ୍ଟ୍ର ଗୁଡିକ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।ଦେଶରେ କେତେ ପରିମାଣରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ଅଛି ଓ ଯୋଗାଣ ହୋଇଛି, ତାହା ଆକଳନ କରିବା ଲାଗି ସୁପ୍ରିମକୋର୍ଟ ଶନିବାର (୮/୦୫/୨୦୨୧) ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି।ନାସନାଲ ଟାସ୍କଫୋର୍ସ ଗଠନ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିଷ୍ପତ୍ତି । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନେଲା ନିଷ୍ପତ୍ତି ।ଦେଶରେ ଅକ୍ସିଜେନ ଆକଳନ, ଆବଶ୍ୟକତା ଓ ଯୋଗାଣ ବୁଝିବ ଟାସ୍କଫୋର୍ସ ।ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମେଡିକାଲ ଅକ୍ସିଜେନ୍ ଏବଂ ଜରୁରୀ ଔଷଧ ମଞ୍ଜୁରୀ କରାଇବାରେ ଉକ୍ତ ୧୨ ଜଣିଆ ଟାସ୍କଫୋର୍ସ କାର୍ଯ୍ୟ କରିବ। ପରାମର୍ଶ ଓ ସୂଚନା ପାଇଁ ଟାସ୍କଫୋର୍ସ ଆବଶ୍ୟକ କଲେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳର ସହାୟତା ନେଇପାରିବ। କାର୍ଯ୍ୟପ୍ରଣାଳୀ ନିର୍ଦ୍ଧାରଣ କରିବା ଲାଗି ଏହାକୁ ସ୍ବାଧୀନତା ଦିଆଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ଅକ୍ସିଜେନ ଯୋଗାଣ ପାଇଁ ଶୁକ୍ରବାର (୭/୦୫/୨୦୨୧) ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବେଳେ ଟାସ୍କଫୋର୍ସ ଗଠନ ସମ୍ପର୍କରେ କହିଥିଲେ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ମେମ୍ବର ଭାବରେ କାର୍ଯ୍ୟ କରିବେ ।
ତେବେ ଏହି ଟାକ୍ସଫୋର୍ସରେ ସ୍ଥାନ ପାଇଥିବା ବ୍ୟକ୍ତମାନେ ହେଉଛନ୍ତି-
ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଭବତୋଶ ବିଶ୍ୱାସ
ସାର ଗଙ୍ଗାରାମ ମେଡିକାଲ ଦିଲ୍ଲୀ ର ଚୟାରପର୍ସନ ଡ. ଦେବେନ୍ଦ୍ର ସିଂ ରାଣା
ନାରାୟଣ ହେଲ୍ଥ କେୟାର ବେଙ୍ଗାଲୁର ର ଚାୟାରପର୍ସନ ଡ. ଦେବୀ ପ୍ରସାଦ ସେଠି
ଖ୍ରିଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ଡ. ଗଙ୍ଗାଦୀପ କଙ୍ଗ
ଖ୍ରିଷ୍ଟିଆନ ମେଡିକାଲ କଲେଜର, ନିର୍ଦେଶକ ଡ. ଜେଭି ପିଟର ପ୍ରମୁଖ ଆଦି ଏହି ୧୨ଜଣିଆ ଟାସ୍କଫୋର୍ସରେ ଅଛନ୍ତି ।
WWW. SOCIALNEWSODIA.INFO
0 Comments