୨୦/୦୫/୨୦୨୧

ବାଲେଶ୍ଵର 

ମାଧବ ସ୍ଵାଇଁ

ଜମିଵାଡି ବିବାଦକୁ ନେଇ ଚରମକାଣ୍ଡ ୪ଜଣ ଆହତ ସହ ଜଣେ ଗୁରୁତ୍ତର । ଏମିତି ଏକ ସଙ୍ଗିନୀ ଅଭିଯୋଗ ଆସିଛି  ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା  ପାଳଶୁଆ ଗ୍ରାମରୁ ।  ଅଭିଯୋଗ ମୁତାବକ ପାଳଶୁଆ ଗ୍ରାମର ଗୌରାଙ୍ଗ ସାମଲ  ଭାସ୍କର ସାମଲଙ୍କ ଦୁଇପରିବାର ମିସି  ସୁକୁମାର ସାମଲଙ୍କ  ପରିବାରଙ୍କ ସହ ବହୁତ ଦିନ ଲାଗିରହିଥିଲା ଜମି ବାଡି ବିବାଦ । ଏହାକୁ ନେଇ ସିଭିଲ କେସ୍ ବା ଷ୍ଟେ ଅର୍ଡର ସୁକୁମାର ସାମଲ କରିଥିଲେ   କିନ୍ତୁ ଏହାକୁ ପ୍ରତ୍ୟାଖାନ କରି  ଘର କାମ କରିଥିଲେ ଗୌରାଙ୍ଗ ସାମଲ ଏବଂ  ଭାସ୍କର ସାମଲ ପରିବାର  ଯାହାକୁ ନେଇ    ଗତ ୧୯ତାରିଖ  ବୁଧବାର  ଅପରାହ୍ନ ୪.୪୫ ସମୟରେ ଉପୁଜିଲା ଥିଲା ବିବାଦ । ମାଡପିଟ୍ ଏତେ ଭୟାନକ ଥିଲା ଯେ ମହିଳାଙ୍କଠୁ ଆରମ୍ଭ କରି ପୁରୁଷମାନେ ଚୁଟିଭିଡା ଭିଡିସହ  ଠେଙ୍ଗାରେ ପ୍ରହାର ଦୁଇପକ୍ଷରୁ କରାଯାଇଥିଲା । ଏଥିରେ  ଜଣେ ଯୁବକ ଗୁରୁତ୍ତର ଆହତ ହୋଇଥିବା ଜଣାପଡିଛି ତାଙ୍କ ମୁଣ୍ଡ ଫାଟିଯାଇଛି  । ଯୁବକ ଜଣକ ତପନ ସାମଲ ବୋଲି ଜଣାପଡିଛି ତାଙ୍କୁ ପ୍ରଥମେ ଭୋଗରାଇ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ପରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା  ବିଗିଡିବାରୁ ବାଲେଶ୍ଵରର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି । ତାହା ସହ  ୪ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି ତାଙ୍କୁ ମଧ୍ୟ ଭୋଗରାଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।