05/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ। ସୂଚନାଯୋଗ୍ୟ ଯେ ସ୍ବର୍ଗତ ମନୋଜ ଦାସଙ୍କର ବିୟୋଗ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରର ସଦସ୍ୟ ମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତି ରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ଦିବଙ୍ଗତ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ରାଜ୍ୟସରକାର ଘୋଷଣା କରିଛନ୍ତି। ସ୍ବର୍ଗତ ଦାସଙ୍କ ଜନ୍ମସ୍ଥାନରେ ଏକ ଲାଇବ୍ରେରୀ ଏବଂ ସଂଗ୍ରହାଳୟ ସ୍ଥାପନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲା ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ। ଦୁଇଭାଇ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ। ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ। ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ।
ନବୀନ ପଟ୍ଟନାୟକ 🎓 କହିଛନ୍ତି ଯେ ସୃଜନଶୀଳ ଇଂରାଜୀ ସାହିତ୍ୟ ପାଇଁ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ଓଡିଆ ଲେଖକମାନଙ୍କୁ ପ୍ରଦାନ କରାଯିବ ।ଯୁବ ଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ମନୋଜ କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ଉଚ୍ଚ ବିଦ୍ୟାଳୟ ସ୍ତରରେ ଉପସ୍ଥାପିତ ହେବ। ପ୍ରତିବର୍ଷ ଓଡିଆ ଏବଂ ଇଂରାଜୀ ବର୍ଗରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ସ୍ବର୍ଗତ ଦାସ ଜନ୍ମଲାଭ କରିଥିଲେ। ସେ ପିଲାବେଳୁ ସାହିତ୍ୟରେ ରୁଚି ରଖିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟ ୧୯୪୯ ମସିହାରେ ଓଡିଆରେ ଏକ କବିତା ପୁସ୍ତକ ଶତାବ୍ଦୀର ଆର୍ତ୍ତନାଦ ବିଦ୍ୟାଳୟରେ ପଢିବା ସମୟରେ ପ୍ରକାଶ ପାଇଥିଲା। ସେ ୧୯୫୦ ମସିହାରେ ଦିଗନ୍ତ ନାମକ ଏକ ସାହିତ୍ୟ ପତ୍ରିକା ରଚନା କରିଥିଲେ।
WWW. SOCIALNEWSODIA.INFO
0 Comments