20/05/2021



ଗୁଜରାଟ୍/ଅହମ୍ମଦାବାଦ📌


EDITOR BY/- Srinibash Rout

ବାତ୍ୟା ତାଉତେ ପ୍ରଭାବରେ ଗୁଜୁରାଟରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବାତ୍ୟା ତାଉତେର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଧବାର (୧୯/୦୫/୨୦୨୧) ଅପରାହ୍ନରେ ପ୍ରଧାନମନ୍ତ୍ରୀ ଗୁଜରାଟ ଓ ଡିଉ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରେ ସେ ଅହମଦାବାଦରେ ତାଉତେ କ୍ଷୟକ୍ଷତିକୁ ନେଇ ଏକ ସମୀକ୍ଷା ବୈଠକ କରିଥିବା ନେଇ ସୂଚନା ମିଳିଛି। ତାଉତେ ଦେଶର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛି। ୧୯୯୮ ପରେ ଗୁଜରାଟରେ ସାମୁଦ୍ରିକ ଝଡ଼ ଏଥର ସବୁଠୁ ଅଧିକ କ୍ଷୟକ୍ଷତି କରିଛି। ସେହିପରି କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦାମନ ଓ ଦିଉ ମଧ୍ୟ ‘ତାଉତେ’ ଯୋଗୁ  ପ୍ରଭାବିତ ହୋଇଛି। ବାତ୍ୟା ପାଇଁ ଗୁଜୁରାଟରେ ବନ୍ଦର ଓ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଥିଲା। ସେହିପରି ମୁମ୍ବାଇର ତଳିଆ ଅଞ୍ଚଳରେ ପାଣି ଜମା ରହି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।


ବାତ୍ୟା ତାଉତେ ପାଇଁ ଗୁଜରାଟକୁ ମିଳିଲା ୧ ହଜାର କୋଟିର ସହାୟତା ।ବାତ୍ୟାଞ୍ଚଳ ପରିଦର୍ଶନ ପରେ ଘୋଷଣା ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ପଠାଇବ କେନ୍ଦ୍ର ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର।



WWW.SOCIALNEWSODIA.INFO