----------------------

*ପ୍ରଦୀପ ନାୟକ(ପ୍ରକୃତି ବନ୍ଧୁ)


ଆହେ ଦୟାମୟ ବିଶ୍ଵ ପ୍ରକୃତି

ଘେନ ଦୟାବହି ମୋର ବିନତି ।


ତୁମ କୃପାରେ ଏ ସାରା ଅଖିଳ

ନଦ ନଦୀ ତୁମ ପାଇଁ ଚଞ୍ଚଳ  ।


ତୁମେ ଫୁଟାଇଛ ଫୁଲ ଡାଳରେ

ତୁମେ ସରଜିଛ ଫଳ ଗଛରେ ।


ତୁମେ ମେଘରେ ବରଷା କାରଣ

ତୁମେ ପିଣ୍ଡରେ ଭରିଛ ପରାଣ ।


ବନ ଗିରି ପାରାବାର ପ୍ରାନ୍ତର

ତୁମେ ସବୁଜ ମାୟାର ମନ୍ତର ।


ତୁମେ କୋଇଲି ସୁରର କୁହୁକ

ତୁମେ ବାସନ୍ତୀ ପବନ ମହକ ।


ମୋତେ ରଖିଥା' ସବୁରି ମେଳରେ

ସର୍ଵେ ରହିଥାନ୍ତୁ ତୁମ କୋଳରେ


ତୁମେ ପ୍ରକୃତି ତୁମେତ ପୁରୁଷ

ତୁମେ ଈଶ୍ବର ତୁମେତ ବିଶ୍ବାସ ।


ଦିଅ ଦେହରେ ମନରେ ଶକତି

କରୁଥିବି ତୁମ ସେବା ଭକତି ।

_____________________

 ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା । ଫୋନ:୮୯୧୭୩୭୦୨୨୭