02/05/2021


ନୂଆଦିଲ୍ଲୀ 📌


EDITOR BY/- Srinibash Rout

କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ।ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ। ରାହୁଲ ଗାନ୍ଧୀ କହିଛନ୍ତି, ଏହି ମହାମାରୀରେ ୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ଉତ୍ତରଦାୟୀ ଜିରୋ। ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି, କରୋନାର ଦ୍ବିତୀୟ ଲହରୀର ଚତୁର୍ଥ ସପ୍ତାହରେ ୨ ଲକ୍ଷରୁ ଅଧିକ ଲୋଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଉତ୍ତରଦାୟୀ କେହି ନୁହନ୍ତି। କରିଦେଲା ସିଷ୍ଟମ ଆତ୍ମନିର୍ଭର । ଅକ୍ସିଜେନ୍ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମଧ୍ୟ ରାହୁଲ ଗାନ୍ଧୀ । ଅଦୃଶ୍ୟ ଭୂତାଣୁ ତାଣ୍ଡବ ରଚିଲା ରଚୁଛି ।ଦୟାକରି ସମସ୍ତେ କରୋନା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀ।


ସମଗ୍ର ଦେଶରେ କରୋନା ଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି, ସାଧାରଣ ମଣିଷଠାରୁ ବଲିଉଡ ପର୍ଯ୍ୟନ୍ତ, ଶିଳ୍ପପତି ଏବଂ ନେତାମାନେ ମଧ୍ୟ ମହାମାରୀର ଶିକାର ହେଉଛନ୍ତି । 






WWW. SOCIAL NEWS ODIA.INFO