୦୯/୦୫/୨୦୨୧


ବ୍ରହ୍ମପୁର/ଗଞ୍ଜାମ 📌


EDITOR BY/- Srinibash Rout

ନୂଆ ଷ୍ଟ୍ରେନର ସଙ୍କଟ ରହିଥିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କରୋନା ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଗସ୍ତରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ୍ ଡ଼ିଜି ଅଭୟ ।ଶନିବାର (୮/୦୫/୨୦୨୧) ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳର ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ସ୍ଥିତର ସମୀକ୍ଷା କରିଛନ୍ତି ।ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲିସ୍ ଡିଜିଙ୍କ ସହ ଏଡିଜେ (ଆଇନ ଓ ଶୃଙ୍ଖଳା )ଯଶଓ୍ବନ୍ତ ଜେଠଓ୍ବା, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ର୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଜରୁରୀ ଆବଶ୍ୟକ ହେଲେ ଘରୁ ବାହାରିଲେ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।


ଲୋକମାନେ ଘରେ ରୁହନ୍ତୁ ,ବାହାରକୁ ବାହାରନ୍ତୁ ନାହିଁ ।ଗଂଜାମ ବାସିନ୍ଦା ସମସ୍ତ କରୋନା ନିୟମକୁ ପାଳନ କରୁଥିବାରୁ ଡ଼ିଜି ଧନ୍ୟବାଦ ଜଣାଇଛନ୍ତି।

ଯେତେ ଆମେ ସତର୍କ ରହିବା ଆମେ ଓ ଆମ ପରିବାର ସେତିକି ସୁରକ୍ଷିତ ରହିବ ।



WWW. SOCIALNEWSODIA.INFO