14/05/2021


ଭୁବନେଶ୍ୱର 📌


EDITOR BY/- Srinibash Rout

କାଳିଆ ଯୋଜନାର କିସ୍ତି ଟଙ୍କା ଦିଆଯିବ ।ଗତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା ।ଏହି କିସ୍ତିରେ ବି କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କୁ ୫ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ଆଉ ଶୁକ୍ରବାର ( ୧୪/୦୫/୨୦୨୧) ଅକ୍ଷୟ ତୃତୀୟା ଅବସରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ୟ୍ୟକ୍ରମ ରହିଛି ।୨୦୧୮ ମସିହାରେ କାଳିଆ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ଲକ୍ଷ ୫ହଜାର ୨୯୦ଚାଷୀଙ୍କ ଆକାଂଉଟକୁ ୫ହଜାର ଟଙ୍କା ଲେଖାଁଏ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା ।ଏଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ଥିବାବେଳେ ୧୪ ଲକ୍ଷ ୭୦ ହଜାର ୫୬୮ ଭୂମିହୀନ ଚାଷୀ ସହାୟତା ପାଇଥିଲେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କିଷାନ ସମ୍ମାନନିଧି ଯୋଜନାରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପଠାଇବେ । ଏଥିରେ ସାଢ଼େ ୯ କୋଟି ଚାଷୀଙ୍କ ଖାତାକୁ ସହାୟତା ପଠାଇବେ ପ୍ରଧାନମନ୍ତ୍ରୀ ।




WWW. SOCIALNEWSODIA.INFO