- - - - - - - - - ପ୍ରଦୀପ ନାୟକ
ଦୁନିଆ ଯାହାର ଦାନ ଟିଏ
ତା' ପାଇଁ ଆମର ଦିନ ଟିଏ ।
ଆହା ଆହା ଆମ ମାଆ ସିଏ
ତା' ପରି ପରା ଏକା ସିଏ ।
ସାଗରର ସିଏ ଗଭୀରତା
ଆକାଶର ସିଏ ଉଦାରତା ।
କହେ ନାହିଁ କେବେ ଖାଇ ନାହିଁ
କହେ ମୋ ଧନଟା ଖାଉ ନାହିଁ. ।
କେବେ ତା' ଦୁଃଖକୁ ବାଣ୍ଟି ନାହିଁ
ନିଜ ପାଇଁ ସୁଖ ସଂଚି ନାହିଁ. ।
ଆମେ ସିନା ଜୀଉଁ ଆମ ପାଇଁ
ନିଜ ପାଇଁ ସିଏ ଜୀଇଁ ନାହିଁ. ।
ଚାନ୍ଦ ଦେଖାଏ ସେ ଆକାଶରେ
ନିଜେ ଦେଖୁଥାଏ ତା' କୋଳରେ ।
ମାଆ ତ ସୁନ୍ଦର ନାଆଁ ପାଇଁ
ତା' ପାଇଁ ନାଆଁ ଲୋଡା ନାହିଁ ।
- - -* - - -* - - - -* - - - *
ବଂଧପଡା,ମଦନପୁର,କେନ୍ଦ୍ରାପଡା ।
ଫୋ: ୮୯୧୭୩୭୦୨୨୭
0 Comments