----------------* ପ୍ରଦୀପ ନାୟକ


କରୋନା ସମୟେ କରନା

ହାତ ପାଦ ମସିଆ

ସାବୁନରେ ଧୋଇ ହାତକୁ

କର ଚିକିଚିକିଆ 


ମୁହଁରେ ନବାନ୍ଧି ତୁଣ୍ଡି

ନ ଯା' ବଜାର କରି

ଗହଳି ଠୁ ରୁହ ଦୂରରେ

ହଉ ଟିକିଏ ଡେରି


ଲଗାଅନା ହାତ ମୁହଁରେ

ଅବା ପାଟି, ଆଖିରେ

ବାହାର ଜିନିଷ ନଖାଇ

କର ତିଆରି ଘରେ


ଖୋଜ ନାହିଁ ସବୁ ବେଶି

ଟିକେ ଅଳପେ ଚଳି

ଉଷୁମ ପାଣିରେ ଲୁଣ

 କର  ନିଇତି କୁଳି


ନିଅ ଥରେ ଟିକେ ବାମ୍ଫ

କର ସଫା ଶ୍ବାସକୁ

ଉଷୁମ କ୍ଷୀରରେ ହଳଦୀ

ହିତ ପରା ଦେହକୁ


ଅପରିଚିତକୁ‌ ଘରକୁ

ଏବେ ଡାକନା କେହି

ତେଜରାତି ଅବା ପରିବା

ଖାଅ ଭଲକି ଧୋଇ


ଭୟ କର ନାହିଁ ଟିକାକୁ

ନିଅ ନିଅ ଦୁଇଟି

ଭିଡ଼ କରନାହିଁ କେନ୍ଦ୍ରରେ

ନାହିଁ ଝଗଡା ପାଟି


ଘରେ ଥାଇ ଯୋଗ ଆସନ

କର ବ୍ୟାୟାମ ଅଳ୍ପ

ବୁଲା ଗାଈ ପଶୁ ପକ୍ଷୀଙ୍କୁ

 ଦିଅ ଆହାର ସ୍ବଳ୍ପ


ନଯାଇ ମନ୍ଦିର ମଠ

ମନରେ ବଢାଅ ଭକ୍ତି

ଭଲଵହି ପଢ ଭଲ ଗୀତ ଶୁଣ

ମିଳିବ ମନରେ ଶକ୍ତି 


ମହାମାରୀ ଯେତେ ବଡ଼ 

ଜୀବନ ତା'ଠୁ ଉଚ୍ଚ

ସାହସ ପାଖରେ ଦୁଃଖ

ଯେମିତି ଅଟଇ ନୀଚ

----------------------------

ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା। ଫୋନ:୮୯୧୭୩୭୦୨୨୭