06/05/2021


ଖଲିକୋଟ/ଗଞ୍ଜାମ📌


EDITOR BY/- Srinibash Rout

ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ଏବେ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏ ସମ୍ପର୍କରେ ବୁଧବାର (୦୫/୦୫/୨୦୨୧) ଘୋଷଣା କରିଛନ୍ତି। ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ ଏବଂ ପ୍ରସିଦ୍ଧ ମହାବିଦ୍ୟାଳୟ, ଯେଉଁ ଉନ୍ନତ ଶିକ୍ଷା ପରମ୍ପରା ରହିଆସିଛି।ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ଦକ୍ଷିଣ ଓଡିଶାରେ ଶିକ୍ଷାର ବିକାଶ ଓ ଗବେଷଣା କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା ।ଖଲ୍ଲିକୋଟ କଲେଜ ଏକକ ବିଶ୍ୱବିଦ୍ୟାଳୟ ମାନତ୍ୟ ପାଇବା ଫଳରେ ଦକ୍ଷିଣ ଓଡିଶା ଲୋକଙ୍କ ଆଶା ପୂରଣ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଦ୍ୟାଳୟ ବିଦ୍ୟା ଭଣ୍ଡାର ।



WWW. SOCIALNEWSODIA.INFO