05/05/2021



କୋଲକାତା/ପଶ୍ଚିମବଙ୍ଗ 📌


EDITOR BY/- Srinibash Rout

ତୃତୀୟ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେଲେ ମମତା ବାନାର୍ଜୀ। ସପଥ୍ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର। ଟିଏମସି ମୁଖ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ସେ ଆଜି ଅରୈ (୦୫/୦୫/୨୦୨୧) ବୁଧବାର ବିଧିବଦ୍ଧ ଭାବେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୋଭିଡ୍ କଟକଣା ଭିତରେ ମମତା ବାନାର୍ଜୀ କୋଲକାତା ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ତେବେ ଆଜି ବୁଧବାର କେବଳ ମମତା ବାନର୍ଜୀ ହି ଶପଥ ନେଇଛନ୍ତି, ଅନ୍ୟ କୈଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇନାହାନ୍ତି। ଶପଥ ନେବା ପରେ ମମତା କହିଛନ୍ତି, ସେ ରାଜ୍ୟର ସମସ୍ତ ଲୋକଙ୍କର ସବୁ ଦଳର ମୁଖ୍ୟମନ୍ତ୍ରୀ ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ। ସେପଟେ ରାଜ୍ୟପାଳ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି, ରାଜ୍ୟରେ ସମ୍ବିଧାନ ଓ ଆଇନ ଅନୁସାରେ ଶାସନ କରନ୍ତୁ। ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ୨୧୩ ସିଟ ଅଧିଗ୍ରହଣ କରିଥିବା ବେଳେ ବି.ଜେ.ପି ୭୭ଟି ଓ ଅନ୍ୟ ପାର୍ଟି ୨ଟି ସିଟ ହାସିଲ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ମମତା ବାନାର୍ଜୀ କ୍ଷମତାକୁ ଫେରିଛନ୍ତି। 





WWW. SOCIALNEWSODIA.INFO