23/05/2021


📌


EDITOR BY/- Srinibash Rout

ବନ୍ଦ୍ ରହିବ ଟୀକାକରଣ ।ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୬ରେ ସାମୁଦ୍ରିକ ଝଡ଼ ବା ଲଘୁଚାପ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ ।ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଏଭଳି ସ୍ଥିତିରେ ରାଜ୍ୟରେ ଜାରି ରହିଥିବା ଟୀକାକରଣ କୁ ବାତ୍ୟାର ପ୍ରଭାବ ପଡିବାକୁ ଥିବା ଜିଲ୍ଲା ଗୁଡିକରେ ସାମୟିକ ଭାବରେ ବନ୍ଦ୍ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି ।ଏପରିକି ଜେନେରେଟର ବ୍ୟବସ୍ଥା କରି ଟିକା ସୁରକ୍ଷିତ ରଖିବାକୁ କୁହାଯାଇଛି ।ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । 

ଅନ୍ୟପଟେ ବାତ୍ୟା ୟାସର ମୁକାବିଲା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ।ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି ।କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି ।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯିବା ସହିତ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ମାତ୍ରେ ବାସ ସ୍ଥାନ ଛାଡି ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାକୁ ନିବଦେନ କରାଯାଇଛି ।କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି ।



WWW.SOCIALNEWSODIA.INFO