17/05/2021
ପୁରୀ 🛕
EDITOR BY/- Srinibash Rout
ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ୍ ।ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ୍ ନିଷ୍ପତ୍ତି । ରବିବାର (୧୬/୦୫/୨୦୨୧) ଅପରାହ୍ନରେ ଶ୍ରୀମନ୍ଦୀର ପରିଚାଳନା କମିଟିର ବୈଠକରେ ଏ ନେଇ ନିଷ୍ପତି ହୋଇଛି ।ସେବାୟତ ଏବଂ ମନ୍ଦିର ଅଧିକାରୀଙ୍କ ସହାୟତାରେ ସମସ୍ତ ଦୈନନ୍ଦିନ ରୀତିନୀତି ଜାରି ରହିବ ।ଶ୍ରୀମନ୍ଦିରରେ କିଛି ସେବାୟତ ସଂକ୍ରମିତ ହୋଇଛନ୍ତି ।ଏହା ସହ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକା ପ୍ରଦାନ କରାଯାଉଛି ।ଆଗକୁ ରଥାଯାତ୍ରା ରହିଛି ।ଏହା ସହିତ ପୁର୍ବ ନିଷ୍ପତି ଅନୁଯାୟୀ ଚନ୍ଦନ ଯାତ୍ର ମଧ୍ୟ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି ।ଏବେ ଚନ୍ଦନ ଯାତ୍ରା ଚାଲିଛି। ଦୈନନ୍ଦିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।
WWW. SOCIALNEWSODIA.INFO
0 Comments