19/05/2024
📌
EDITOR BY/- Srinibash Rout
ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ ।ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣି ପାରିବେ । ସକାଳ ୭ଟାରୁ ଦିନ ୧୧ଟା ଯାଏ ପାଦରେ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ ।ଘରେ ରୁହନ୍ତୁ, କରୋନା ସଂକ୍ରମଣରୁ ସୁରକ୍ଷିତ ରୁହନ୍ତୁ ।ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ ।ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର (୧୮/୦୫/୨୦୨୧) ଅପରାହ୍ନରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ,ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂସେଣ୍ଟର ଆଦି ବନ୍ଦ,ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍,ମାର୍କେଟ କମ୍ପେ୍ଲକ୍ସ, ମଲ୍, ଜିମ୍, ଥିଏଟର, ବାର୍,ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ସର୍ବସାଧାରଣ, ମନୋରଞ୍ଜନ କାର୍ୟ୍ୟକ୍ରମ ବନ୍ଦ,ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି,ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ।କରୋନାର ଦ୍ବିତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଅବଧିକୁ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରଥମ ଲକଡାଉନ୍ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଅନେକ ସୁଫଳ ମିଳିଛି।
WWW. SOCIALNEWSODIA.INFO
0 Comments