•  

22/05/2021


📌


EDITOR BY/- Srinibash Rout

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ଏଫଆଇଏତର ୪୭ତମ ମହାଧିବେଶନରେ ପାଣ୍ଡିଆନଙ୍କୁ ଭର୍ଚୁଆଲ୍ କନଫରେନସ୍ ଜରିଆରେ ସମ୍ମାନିତ କରାଯାଇଛି ।ଏଫଆଇଚ୍ ସମ୍ମାନ ପାଇଥିବାରୁ ହକି ଇଣ୍ଡିଆ ଭି.କେ ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ତାଙ୍କ ପ୍ରତି ଉଚିତ ସମ୍ମାନ ବୋଲି କହିଛି । ଓଡିଶାରେ ହକିର ପ୍ରସାର ପାଇଁ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ । ଏଥିପାଇଁ ସେ ଏଫଏଚଆଇ ସମ୍ମାନଜନକ ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ।୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ହକି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛି ଓଡିଶା । ଆଉ ଏସବୁ ପଛରେ ୫-ଟି ସଚିବଙ୍କ ଏକ ବଡ ଭୂମିକା ଥିବା ଚର୍ଚ୍ଚା ହେଉଥିଲା ।



WWW.SOCIALNEWSODIA.INFO