11/05/2021


ପାଟଣାଗଡ଼/ବଲାଙ୍ଗୀର 📌


EDITOR BY/- Srinibash Rout

୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ ଜଣେ ରୋଗୀଙ୍କ ବ୍ୟାଣ୍ଡେଜ୍‌ ଖୋଲିବା ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଅର୍ଥୋପେଡିକ୍‌ ଓପିଡିର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ପରେ ବଲାଙ୍ଗୀର ସିଡିଏମ୍‌ଓ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲର ଏସ୍‌ଡିଏମ୍‌ଓ ଡା. ବାଚସ୍ପତି ଦାଶ ଓ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଟେଣ୍ଡାଣ୍ଟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପାଟଣାଗଡ଼ ଏସ୍‌ଡିଏମ୍‌ଓଙ୍କୁ ବଲାଙ୍ଗୀର ଜିଲା ହସ୍ପିଟାଲକୁ ବଦଳି କରାଯାଇଥିବା ବେଳେ ଆଟେଣ୍ଡାଣ୍ଟ ମିଶ୍ରଙ୍କୁ ଚାକିରରୁ ନିଲମ୍ବିତ କରାଯାଇଥିବା ସିଡିଏମ୍‌ଓ ଡାକ୍ତର ଭୀମ ସାହୁ ସୂଚନା ଦେଇଛନ୍ତି।



WWW. SOCIALNEWSODIA.INFO