20/05/2021


📌


EDITOR BY/- Srinibash Rout

ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଘନୀଭୂତ ହେବା ପରେ ଆସନ୍ତା ୨୭ ସୁଦ୍ଧା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହେବ ।ବଙ୍ଗୋପସାଗରେ ଘନୀଭୂତ ହେଉଥିବା ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୁପ ନେଉଥିବା ପରିପ୍ରେକ୍ଷୀରେ ଆଗୁଆ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ।ବାତ୍ୟା ଓଡିଶା ଉପକୂଳର ଚାନ୍ଦବାଲିରୁ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।ତେଣୁ ଏହାର ପ୍ରଭାବରେ ଓଡିଶା ଉପକୂଳରେ ଥିବା ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।ଗତବର୍ଷର ଅମ୍‌ପନ୍‌ ବାତ୍ୟା ଭଳି ଏଥର ବି କରୋନା ସଙ୍କଟ ଭିତରେ କୋଭିଡ୍‌ ନିୟମ ପାଳନ କରି ଯେମିତି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିହେବ, ସେ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି ।କୋଭିଡରୁ ସୁସ୍ଥ ହେବା ପରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବୁଧବାର (୧୯/୦୫/୨୦୨୧) ସନ୍ଧ୍ୟାରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ଆଗୁଆ ପ୍ରସ୍ତୁତ ଓ ସଜାଗ ରହିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ହିଁ ବିଶେଷ ପ୍ରଭାବ ପକାଇଥାଏ। ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଆସନ୍ତା ୨୩ ତାରିଖରେ ବାତ୍ୟାର ରୂପ ନେଇ ପାରେ ବୋଲି ଅନୁମାନ କରାଯାଉଛି। ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ସୃଷ୍ଟ ଲଘୁଚାପ ସମ୍ପର୍କରେ ସୂଚନା ଦେଇଛନ୍ତି। 'ତାଉତେ' ତାଣ୍ଡବ ପରେ ପୂର୍ବପଟୁ ଆଉ ଏକ ବାତ୍ୟା ଭୟ।   ମେ ୨୬ ବେଳକୁ ଓଡ଼ିଶା-ବଙ୍ଗ ଉପକୂଳ ମୁହାଁ ହୋଇପାରେ ସମ୍ଭାବ୍ୟ ବାତ୍ୟା ୟାସ୍। 




WWW. SOCIALNEWSODIA.INFO