11/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କ ର ଦୃଢ଼ ସକଳ୍ପର ପୁନଃଘୋଷଣା କରୁଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବ ଲାଗି ଟିକା କରଣ ଏକମାତ୍ର ଉପାୟ ବୋଲି ରାଜ୍ୟ ସରକାର କହିଛନ୍ତି । ଏଥିପାଇଁ ରାଜ୍ୟ ବାସୀଙ୍କୁ ଶିଘ୍ର ଟିକା କରଣ ପାଇଁ ରାଜ୍ୟରେ ବିପୁଳ ମାତ୍ରାରେ ଟିକା ଆବଶ୍ୟକ ହେଉିଥିଲା ବେଳେ ଏଥି ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତି ନେଇଛନ୍ତି ।ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ। ଓଡ଼ିଶାବାସୀ ଯେପରି ସୁବିଧାରେ ଟୀକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟୀକା କମ୍ପାନୀରୁ ଟୀକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ। ସୋମବାର (୯୧୦/୨୦୨୧) ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତି ହୋଇଥିବା ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
WWW. SOCIALNEWSODIA.INFO
0 Comments